ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ପଦ ଛାଡିବେ !! Anupnewsodia.blogspot.com

July 11, 2021


ରାୟପୁର: ମୁଖ୍ୟମନ୍ତ୍ରୀ ଭାବରେ ଭୂପେଶ ବାଘେଲଙ୍କୁ ନିଯୁକ୍ତ କରିବା ବେଳେ କଂଗ୍ରେସ ଯେଉଁ ଅଢ଼େଇ ବର୍ଷର ଫର୍ମୁଲା ସର୍ତ୍ତ ରଖିଥିଲା ତାହା ଏବେ ପୂରଣ ହୋଇଯାଇଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀ ପଦରେ ଥିବା ବାଘେଲ ଏବେ ସେ ଇସ୍ତଫା ଦେବାର ସମୟ ଆସିଯାଇଛି। ତାଙ୍କ ସ୍ଥାନ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହ ଦେଓ ନେଇପାରନ୍ତି ବୋଲି ଟୁପୁର ଟାପୁର ହେବା ଆରମ୍ଭ କରିଛି। ଏହାରି ଭିତରେ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ବାଘେଲ। ସେ କହିଛନ୍ତି ଯେ ଯଦି ହାଇକମାଣ୍ଡ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ତେବେ ସେ ପ୍ରସ୍ତୁତ ବୋଲି ମିଡିଆ ଆଗରେ କହିଛନ୍ତି। ଦିଲ୍ଲୀର ୧୦ ଜନପଥରେ ବୈଠକ ପରେ ଏଭଳି ବିବୃତ୍ତି ରଖିଛନ୍ତି। ଯାହାକି ତାଙ୍କ ପଦ ଯିବାର ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଉଛି। ବାଘେଲ କହିଛନ୍ତି ଯେ ସେ କେବଳ ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଯଦି ଉପରୁ ଅର୍ଡର ଆସିବ ଇସ୍ତଫା ଦେବାକୁ ତାହେଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ତେବେ ୧୦ ଜନପଥରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହିତ ନୁହେଁ ବରଂ ତାଙ୍କ ଝିଅ ତଥା ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି।. ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହୋଇଥିଲା ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନ। ତିନି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିକୁ କ୍ଷମତାଚ୍ୟୁତ କରି ଗଡ଼ ହାତେଇଥିଲା। ତେବେ ଛତିଶଗଡରେ କଂଗ୍ରେସ ଯେଉଁଭଳି ରମଣ ସିଂ ନେତୃତ୍ୱାଧୀନ ବିଜେପି ସରକାରକୁ ଆଉଟ୍ କରିଥିଲା ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ରାଜ୍ୟ କଂଗ୍ରେସର ଏହି ବଜୟ ପଛରେ ଦୁଇ ଜଣ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଟିଏସ ସିଂ ଦେଓ ଏବଂ ଭୂପେଶ ବାଘେଲ। ମୁଖ୍ୟମନ୍ତ୍ରୀ ପାଇଁ ସେତେବେଳେ ଏହି ଦୁଇ ନେତା ପ୍ରମୁଖ ଦାବିଦାର ଥିଲେ। ତେବେ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ ଅନ୍ୟ ଜଣେ ଅସନ୍ତୋଷ ପ୍ରକାଶ କରିବାର ସମ୍ଭାବନା ଅଧିକ ରହିଥିଲା। ତେଣୁ ସେତେବେଳେ ଅଢ଼େଇ ବର୍ଷର ଫର୍ମୁଲା ଆପଣାଇଥିଲା କଂଗ୍ରେସ। ଯେହେତୁ ବାଘେଲ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି ତେଣୁ ଏବେ ଟିଏସ ସିଂ ଦେଓଙ୍କ ପାଳି ଆସିଛି। ତେବେ ବାଘେଲ ପ୍ରିୟଙ୍କାଙ୍କ ସହିତ ଭେଟିବାର ଅନ୍ୟତମ କାରଣ ୟୁପି ବିଧାନସଭା ନିର୍ବାଚନ ବୋଲି କହିଛନ୍ତି। ଛତିଶଗଡରେ କଂଗ୍ରେସର ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ରହିଛି। ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବା ପରେ ଏବେ ପିଏଲ୍ ପୁନିଆଙ୍କୁ ସେ ଭେଟିବେ ବୋଲି କହିଛନ୍ତି। ଯଦି ଆସନ୍ତା ୟୁପି ନିର୍ବାଚନରେ ୟୁପି ପାଇଁ ଦାୟିତ୍ୱ ଦେବେ ବୋଲି ସେ ଖୁସିବ୍ୟକ୍ତ କରିଛନ୍ତି। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସାଧାରଣତଃ ଆଉ ଏକ ରାଜ୍ୟର ନିର୍ବାଚନ ଦାୟିତ୍ୱ ଦିଆଯାଏନି। କାରଣ ତାଙ୍କ ପାଖରେ ଗୋଟିଏ ରାଜ୍ୟର ଦାୟିତ୍ୱ ରହିଛି। ତେଣୁ ବାଘେଲଙ୍କ ବକ୍ତବ୍ୟ ପରୋକ୍ଷରେ କହିଛନ୍ତି ଆଗାମୀ ଦିନରେ ଛତିଶଗଡବାସୀ ନୂଆ ମୁଖ୍ୟମନ୍ତ୍ରୀ ପାଇବେ। ହେଲେ ଛତିଶଗଡ କଂଗ୍ରେସ ଦାୟିତ୍ୱରେ ଥିବା ପୁନିଆ କହିଛନ୍ତି ଯେ କିଛି ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ।.


Recent Politics News

More Politics News

Download App

This article was generated using the WeReport app, download today and create your own article!

Report Issue